Breaking NewsFeaturedରାଜନୀତି

ଗୃହ ସଦସ୍ୟମାନଙ୍କ ଆଚରଣ ସମ୍ମାନଜନକ ଓ ସୌଜନ୍ୟ ହେବା ଆବଶ୍ୟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗଣତନ୍ତ୍ରର ପବିତ୍ର ଗୃହ । ଏହାରି ପରିସରରେ ଅଧ୍ୟକ୍ଷଙ୍କୁ କରାଗଲା ଅପମାନ । ସସପେଣ୍ଡ୍ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ଯେଉଁଭଳି ଢଙ୍ଗରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ମିମିକ୍ରି କରି ମଜାକ୍ ଉଡ଼ାଇଲେ, ସେହି ଅଶୋଭନୀୟ ଓ ଅଭାବନୀୟ ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଉଛି । ଏଭଳି ଘଟଣାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଧ୍ୟାନ ଆକର୍ଷଣ କରିବା ସହ ଘଟଣାର ନିନ୍ଦା କରିଛନ୍ତି । ସୋସିଆଲ୍ ମିଡିଆ ଜରିଆରେ ପୋଷ୍ଟ କରି ରାଷ୍ଟ୍ରପତି କଣ ଲେଖିଛନ୍ତି ଦେଖନ୍ତୁ

ମହାମହିମ ଲେଖିଛନ୍ତି ଯେ ନିଲମ୍ବିତ ସଦସ୍ୟମାନେ ସେମାନଙ୍କ ପ୍ରତିବାଦ ଜଣାଇବାର ଅଧିକାର ନିହାତି ରହିଛି, ତେବେ ସେମାନଙ୍କ ଆଚରଣ ସମ୍ମାନଜନକ ଓ ସୌଜନ୍ୟ ହେବା ଆବଶ୍ୟକ । ଗଣତନ୍ତ୍ର ତଥା ସଂସଦର ଗରିମା ବଜାୟ ରଖାଯିବା ସହ ଦେଶର କୋଟି କୋଟି ଜନତାଙ୍କ ଆଶାକୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com