Featuredଓଡ଼ିଶା

ମେଣ୍ଢା ଚୋରି କରିବାକୁ ଆସି ହଟ୍ଟହଟ୍ଟା

ମେଣ୍ଢା ଚୋରୀ କରିବାକୁ ଯାଇ ଫସିଲେ ୩ ଯୁବକ । ଚପଲ ମାଳ ପିନ୍ଧି ମେଣ୍ଢାଙ୍କ ସହ ବନ୍ଧା ହେଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ଗୋବରୀ ନୁଆଗୁଡ଼ା ଗ୍ରାମରେ । ବୁଧବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଗଲା ପରେ ପାଂଚ ଜଣ ମେଣ୍ଢା ଚୋର ନୁଆଗୁଡ଼ା ଗ୍ରାମରେ ପଶିଥିଲେ । ହିରଣ ଗଣ୍ଡ ଓ ରଘୁ ଗୌଡଙ୍କ ଘରରୁ ପାଞ୍ଚଟି ମେଣ୍ଢାକୁ ଆଖାରେ ଭର୍ତ୍ତି କରିଥିଲେ । ଏବଂ ଗାଁ ବାହାରେ ଥିବା ଦୁଇ ଜଣ ସହଯୋଗୀଙ୍କ ବାଇକରେ ବାନ୍ଧିଥିଲେ ।

ଏହାପରେ ଆହୁରି ଦୁଇଟି ମେଣ୍ଢାଙ୍କୁ ନେବାକୁ ଆସିଥିବା ବେଳେ ମେଣ୍ଢାଟି ବୋବାଳି ଛାଡ଼ିଥିଲା । ଫଳରେ ଘର ଲୋକେ ନିଦରୁ ଉଠିପଡ଼ି ଚୋର ତିନି ଜଣଙ୍କୁ କାବୁ କରିଥଲେ । ଏହା ପରେ ଗାଁ ସାହି ପଡିସା ଲୋକମାନେ ଉଠିଥିଲେ । ସେପଟେ ଗାଁରେ ହୋ ହୋଲ୍ଲା ଶୁଣି ବାଇକ ଧରି ଛିଡା ହୋଇଥିବା ଆଉ ଦୁଇ ଚୋର ଫେରାର ହୋଈ ଯାଇଥିଲେ । ଗ୍ରାମବାସୀ କାବୁ କରିଥିବା ତିନି ଜଣ ଚୋରଙ୍କ ନାମ ହେଉଛି ରାମ ହରିଜନ, ଦୁର୍ଜନ ହରିଜନ ଓ ଖଗପତି ହରିଜନ ।

ସେମାନଙ୍କୁ ଗାଁ ଲୋକ କାବୁ କରି ଚପଲ ମାଳ ପିନ୍ଧାଇବା ସହ ମେଣ୍ଢା ମାନଂକ ସହ ବାନ୍ଧି ଗାଁ ଦାଣ୍ଡରେ ରଖିଥିଲେ । ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଁଚି ତିନି ଚୋରଙ୍କୁ ଉଦ୍ଧାର କରିବା ସହ ଦୁଇଟି ବାଇକ ଜବତ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com