ଜାତୀୟ

ଆକ୍ସନରେ ରିଲାଏନ୍ସ, ଆଜି ବିଗବଜାରର ଅଧିକାଂଶ ଷ୍ଟୋର ବନ୍ଦ, କଣ କାଲି ଦେଖିବାକୁ ମିଳିବ ନୂତନ ରୂପ ?

ନୂଆଦିଲ୍ଲୀ() ଦେଶର ରବିବାର ବନ୍ଦ ରହିଛି ବିଗବଜାରର ଅଧିକାଂଶ ଷ୍ଟୋର। ସବୁଠୁ ବଡ ରିଟେଲର ଫ୍ୟୁଚର ରିଟେଲ୍ ଲିମିଟେଡ୍(Future Retail Ltd) ନିଜର ଅଧିକାଂଶ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରର ସଞ୍ଚାଳନ ବନ୍ଦ କରି ଦେଇଛି। କମ୍ପାନୀର ଅଧିକାଂଶ ଷ୍ଟୋର ରବିବାର ବନ୍ଦ ରହିଛି। ନ୍ୟୁଜ୍ ଏଜେନ୍ସି ରାୟଟର୍ସର ରିପୋର୍ଟ ମୁତାବକ, ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଫ୍ୟୁଚର ଗ୍ରୁପକୁ ନିଜ ହାତକୁ ନେବାର ପ୍ରକ୍ରିୟା ଆରମ୍ଭ କରି ଦେଇଛି।

ଲିଜ୍ ରେଣ୍ଟ ପୈଠ କରି ପାରୁନଥିଲା ଫ୍ୟୁଚର ଗ୍ରୁପ। ଏହା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ କିଶୋର ବିୟାନୀଙ୍କ ନେତୃତ୍ଵାଧୀନ ଫ୍ୟୁଚର ଗ୍ରୁପର ସେହି ରିଟେଲ୍ ଷ୍ଟୋରର ରିବ୍ରାଣ୍ଡିଂ କରିବାକୁ ଯାଉଛି, ଯାହାକୁ କମ୍ପାନୀ ଲିଜ୍‌ରେ ନେଇ ଫ୍ୟୁଚର ଗ୍ରୁପକୁ ସବ  ଲିଜ୍‌ରେ ଦେଇଛି। ଏହା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଫ୍ୟୁଚର ଗ୍ରୁପର କର୍ମଚାରୀଙ୍କୁ ଚାକିରି ଅଫର ମଧ୍ୟ କରିଛି।

ରବିବାର ବନ୍ଦ ରହିଛି ବିଗ୍ ବଜାରର ଅଧିକାଂଶ ଷ୍ଟୋର

ଏମିତିରେ କିଣାକିଣି ପାଇଁ ଅଧିକାଂଶ ଲୋକେ ରବିବାର ମଲ୍ ଏବଂ ସୁପରମାର୍କେଟ୍‌ ଯାଇଥାଆନ୍ତି। ମାତ୍ର ଏହି ରବିବାର ବିଗ୍ ବଜାର ରିଟେଲ ଚେନର ଅଧିକାଂଶ ଷ୍ଟୋର ବନ୍ଦ ରହିଛି। କମ୍ପାନୀର ଓ୍ଵେବସାଇଟ୍‌ରେ ମଧ୍ୟ ରବିବାର ଅର୍ଡର କରାଯାଇ ପାରୁନାହିଁ। ଏହାର କାରଣ ରବିବାର ଅପରାହ୍ନ ୨ଟା୩୦ ପର୍ଯ୍ୟନ୍ତ ଓ୍ଵେବସାଇଟ୍ ଖୋଲିଲେ ମେସେଜ୍ ଆସୁଛି ଯେ, ଓ୍ଵେବସାଇଟ୍‌କୁ ଅପଗ୍ରେଡ୍ କରିବା କାମ ଜାରି ରହିଛି। ତେବେ କଣ ବିଗ ବଜାରର ନୂତନ ରୂପ ଦେଖିବାକୁ ମିଳିବ।

Related Articles

Back to top button