Featuredଜାତୀୟ

ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ

ନୂଆଦିଲ୍ଲୀ: କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ମିଳିଛି । ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଏକ ଅଜ୍ଞାତ ସୂତ୍ରରୁ ଫୋନ୍ କଲ୍ ଆସିଥିଲା । କେହି ଜଣେ ଯୁବକ ଅଫିସର ଲ୍ୟାଣ୍ଡଲାଇନ ନମ୍ବରକୁ ଫୋନ୍ କରି ଧମକ ଦେଇଥିଲେ । ଏଥିସହିତ କାର୍ଯ୍ୟାଳୟକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦେଇଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ତରଫରୁ ଏନେଇ ନାଗପୁର ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ତେବେ ଏହି ଧମକ ବାବଦରେ ଗଡ଼କରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୋଲିସ ନିକଟରେ ଅଭିଯୋଗ କରାଯାଇଛି ।ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଦେଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com