ଓଡ଼ିଶା

ଚାନ୍ଦବାଲିରେ ରାଜନୈତିକ ହିଂସା, ମଦ ପିଇ ମାରପିଟ୍ ଅଭିଯୋଗ

ଚାନ୍ଦବାଲି() ଭଦ୍ରକ ଜିଲ୍ଲା  ଚାନ୍ଦବାଲି ବ୍ଳକରେ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବ।ଚନ ପରେ ଆରମ୍ଭ ହୋଇଛି ରାଜନୈତିକ ହିଂସା । ତେୁଲିଡ଼ହି ପଞ୍ଚାୟତ ବଇଁଚା ଗାଁରେ କିଛି ଭୋଟରଙ୍କୁ ମାଡପିଟ୍ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, କିଛି ରାଜନୈତିକ ଦଳର କର୍ମୀ ମଦ୍ୟପାନ କରି ଗାଁରେ କିଛି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିଥିଲେ । ଏହାକୁ ବିରୋଧ କରି ଲୋକେ ଏକ ଅଟୋରେ ଥାନାକୁ  ଅଭିଯୋଗ କରିବାକୁ ଯାଇଥିଲେ । ସେହି  ସମୟରେ ଚାନ୍ଦବାଲି ଦୁର୍ଗା ପଡ଼ିଆ ନିକଟରେ ୪ ଜଣ କର୍ମୀ ଅଟୋକୁ ଅଟକାଇ ମଦ ବୋତଲରେ ୩ଜଣଙ୍କୁ ଆକ୍ରମଣ କରିଥିଲେ । ଜଣେ ମହିଳାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆକ୍ରମଣରେ ଶିକାର ହୋଇଥିବା ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୋଗ ଅଧାରରେ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com