ଜାତୀୟ

ସ୍ଥାପନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ

ସ୍ଥାପନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ । ପାରମ୍ପରୀକ ରୀତିନୀତିରେ ପୂଜର୍ଚ୍ଚନା ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି । ଜାନୁଆରୀ ୧୫ରେ ବରଗଡରେ ଆରମ୍ଭ ହବେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯାହା ଜାନୁଆରୀ ୨୫ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ବରଗଡ଼ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ । ଯେଉଁଥି ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଧନୁଯାତ୍ରା ପାଇଁ ପ୍ରଥମେ ମା’ ସମଲେଶ୍ୱେରୀଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ବରଗଡ଼ର ହାଟପଜା ସଞ୍ଚାର ପଡିଆଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା ।

ପ୍ରଥମେ ମା’ ସମଲେଶ୍ୱେରୀଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ଏକ ସାଂସ୍କୃତି ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ହାଟପଦା ପଡିଆକୁରେ ପହଞ୍ଚିବା ପରେ ଜିଲ୍ଲାପଳ ମନୀଷ ବାନାର୍ଜୀ, ଉପଜିଲ୍ଲାପାଳ ଏବଂ ଏଡିଏମ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସେଠାରେ ପୂଜର୍ଚ୍ଚନା କରାଯିବ ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ବରଗଡ଼ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com