Featuredଜାତୀୟ

ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତରେ ମିଲେଟ୍ ବାର୍ତ୍ତା । ବର୍ଷର ପ୍ରଥମ ମନ୍ କୀ ବାତରେ ମିଲେଟ୍ ବା ମାଣ୍ଡିଆକୁ ନେଇ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୋଦୀ । କହିଛନ୍ତି, ମିଲେଟ୍ସ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ । ଯେପରି ଯୋଗ ଜୀବନର ଏକ ଅଂଶବିଶେଷ, ଠିକ୍ ସେହିପରି ମିଲେଟ୍ସ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ । କେବଳ ଭାରତ ନୁହେଁ, ସାରା ଦୁନିଆ ଏବେ ମିଲେଟ୍ସର ମହତ୍ତ୍ୱ ବୁଝୁଛନ୍ତି ।

ମିଲେଟ୍ସ ଦ୍ୱାରା ଦେଶର ଶକ୍ତି ବୃଦ୍ଧି ପାଉଥିବା କଥା ମୋଦୀ କହିଛନ୍ତି । ମୋଦୀ ଆହୁରି କହିଛନ୍ତି, ବଜାରରେ କିପରି ମିଲେଟ୍ସର ଚାହିଦା ବଢ଼ିବ, ସେଥିପ୍ରତି ଅଗ୍ରସର ହେଉଛି ଓଡ଼ିଶା । ଆଦିବାସୀ ପ୍ରବଣ ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି ଦେଢ଼ ହଜାର ମହିଳା ସ୍ୱୟଂ ସହାୟିକା ଗ୍ରୁପ୍, ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ଜଡ଼ିତ ହୋଇଛନ୍ତି । ସେଠାକାର ମହିଳା ମିଲେଟ୍ସରୁ କୁକିଜ୍, ରସଗୋଲା, ଗୁଲାବ ଜାମୁନ ଓ କେକ୍ ପ୍ରସ୍ତୁତ କରୁଛନ୍ତି । ଆଉ ଏହାଦ୍ୱାରା ମହିଳାମାନେ ଭଲ ରୋଜଗାର କରୁଥିବା ମୋଦୀ ତାଙ୍କ ମନ୍ କୀ ବାତରେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com