ଜାତୀୟମନୋରଞ୍ଜନ

ମୁମ୍ବାଇ ପୋଲିସ୍‌ ଉପରେ ଚଢିଲା ‘ପୁଷ୍ପା’ର କ୍ରେଜ୍‌, ‘ଶ୍ରୀବଲ୍ଲୀ’ ଗୀତରେ କଲେ ଧମାକାଦାର ପ୍ରଦର୍ଶନ

ନୂଆଦିଲ୍ଳୀ () ସୋସିଆଲ ମିଡିଆରେ ଶ୍ରୀବଲ୍ଲିର ଟ୍ରେଣ୍ଡ ଚାଲିଛି । ଯାହାକୁ ଦେଖିବ ସେହି ଗୀତରେ ନାଚୁଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟିର ସଫଳତା ସହିତ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିମାନେ ମଧ୍ୟ ଫିଲ୍ମର ଡାଏଲଗ୍‌କୁ ରେକର୍ଡ କରି ଭିଡିଓ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ମୁମ୍ବାଇ ପୋଲିସ୍ ମଧ୍ୟ ଏହାକୁ ଫଲୋ କରିଛନ୍ତି । ଏହି ଗୀତକୁ ନେଇ ପୋଲିସ୍‌ମାନେ ମଧ୍ୟ ମଜା ଉଠାଇଛନ୍ତି । ମୁମ୍ବାଇ ପୋଲିସର ବ୍ୟାଣ୍ଡ ଖାକି ଷ୍ଟୁଡିଓରେ ଏକ ପ୍ରଦର୍ଶନ ପରିବେଷଣ କରିଥିଲେ । ବଂଶୀ, ସକ୍ସୋଫୋନ୍ ଏବଂ ଶେହାନାଇ ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ପୋଲିସ୍ କର୍ମଚାରୀମାନେ ‘ଶ୍ରୀବାଲ୍ଲୀ’ ଗୀତର ଧୁନକୁ ବଜାଇଥିଲେ ।

ଏହି ଭିଡିଓଟି ମୁମ୍ବାଇ ପୋଲିସର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି। ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରି ମୁମ୍ବାଇ ପୋଲିସ ଲେଖିଛି କି- ‘ଖାକି ଷ୍ଟୁଡିଓ ରହିବ ନାହିଁ। ଆମେ ମଧ୍ୟ ଏଥିରେ ଯୋଗଦେବାକୁ ସ୍ଥିର କରିଛୁ। ଏଥିପାଇଁ ଆମେ ବି ସାମିଲ୍‌ ହୋଇଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ୩୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି । ଏହାକୁ ନେଇ ଜଣେ ଉପଭୋକ୍ତା ଟ୍ୱିଟରରେ ଲେଖିଛନ୍ତି –  ସତରେ ‘ଆଶ୍ଚର୍ଯ୍ୟଜନକ ଭାବେ ବଜାଯାଇଛି । ଅନ୍ୟ ଜଣେ ଲେଖିଛନ୍ତି, ‘ଚମତ୍କାର, ଏହା ଏତେ ସୁନ୍ଦର ଭାବରେ ବଜା ଯାଇଛି ଶୁଣିବାକୁ ବହୁତ ଭଲ ଲାଗିଲା।

ତେବେ କହିବାକୁ ଗଲେ ‘ପୁଷ୍ପା’ ଫିଲ୍ମରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କରିଛି । ଫିଲ୍ମରକୁ ଦେଖିବା ପରେ ପ୍ରଶଂସକମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି ।

Related Articles

Back to top button