ଜାତୀୟ

ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ ହେଲା ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକ

ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆଇନର କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ।ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତ (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟ ଅବଧି) ବିଧେୟକ ୨୦୨୩ ଗତ ଶୀତ ଅଧିବେଶନ କାଳରେ ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନିମନ୍ତେ ଆଇନ ମନ୍ତ୍ରୀ ଓ ସଚିବ ପାହ୍ୟାର ଦୁଇଜଣ ଅଧିକାରୀ ୫ ଜଣିଆ ତାଲିକା ପ୍ରସ୍ତୁତ କରିବେ । ଏହି ତାଲିକାକୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଅନ୍ୟ ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ଅନୁମୋଦନ କରିବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିସ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com