ଜାତୀୟ

ଆଜି ନୌସେନାରେ ସାମିଲ ହେବ INS ଇମ୍ଫାଲ

ବଢିବ ନୌସେନା ବଳ । ଆଜି ନୌସେନାରେ ସାମିଲ ହେବ INS ଇମ୍ଫାଲ । ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲକୁ ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଉତ୍ସର୍ଗ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ବିଶାଶପାଟଣା କ୍ଲାସ ଡେଷ୍ଟ୍ରୟର ନୌସେନାରେ ସାମିଲ ହେବା ପରେ ବଢିବ ନୌସେନାର ବଳ । ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ନିର୍ମିତ ହୋଇଛି ଆଇଏନଏସ ଇମ୍ଫାଲ ।

ମୁମ୍ବାଇର ମାଜଗାଁ ଡକ ଲିମିଟେଡ ଦ୍ବାରା ଆଇଏନଏସ ଇମ୍ଫାଲ ହୋଇଛି ନିର୍ମିତ । ଏହାର ଲମ୍ବ ରହିଛି ୧୬୩ ମିଟର ଓ ଡିସପ୍ଲେସମେଣ୍ଟ କ୍ଷମତା ରହିଛି ୭ ହଜାର ୪୦୦ ଟନ । ଏହାର ଯନ୍ତ୍ରାଂଶ ମଧ୍ୟରୁ ୭୫ ପ୍ରତିଶତ ରହିଛି ସ୍ବଦେଶୀ । ଗତ ଅକ୍ଟୋବର ୨୦ରେ ଏହାକୁ ନୌସେନା ହାତରେ ଅର୍ପଣ କରାଯାଇଥିଲା । ପରୀକ୍ଷାମୂଳକ ଭାବେ ଏଥିରୁ ସୁପରସୋନିକ ବ୍ରହ୍ମୋସ ମିସାଇଲର ପରୀକ୍ଷଣ ଗତ ନଭେମ୍ବରରେ ହୋଇଥିଲା । ଏଥିରେ ସ୍ବଦେଶୀ ଅସ୍ତ୍ର, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପିତ ହୋଇପାରୁଥିବା ମିସାଇଲ ପରିବହନ କ୍ଷମତା ରହିଛି ।

ଏଥିରେ ବୁଡାଜାହାଜ ବିଧ୍ବଂସୀ ଅସ୍ତ୍ର, ରକେଟ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର ପରିବହନ କ୍ଷମତା ରହିଛି । ଆଣବିକ, ଜୈବିକ ଓ ରାସାୟନିକ ବା ଏନବିସି ଯୁଦ୍ଧ କରିପାରିବାର କ୍ଷମତା ଆଇଏନଏସ ଇମ୍ଫାଲ ନିକଟରେ ରହିଛି । ଏଥିରେ ସୁପର ରାପିଡ ଗନ ମାଉଣ୍ଟ, କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ, ହେଲୋ ଟ୍ରାଭର୍ସିଂ ସିଷ୍ଟମ, ସୋନାର ସିଷ୍ଟମ ଆଦି ରହିଛି । ସାମୁଦ୍ରିକ ପରମ୍ପରା ଅନୁସାରେ ବିଭିନ୍ନ ଭାରତୀୟ ନୌସେନା ଜାହାଜକୁ ପାର୍ବତ୍ୟାଞ୍ଚଳ, ନଦୀ, ବନ୍ଦର, ଦ୍ବୀପ ନାମରେ ନାମିତ କରାଯାଇଥାଏ । କୌଣସି ଉତ୍ତରପୂର୍ବ ରାଜ୍ୟର ରାଜଧାନୀର ନାମାନୁସାରେ ଏହାକୁ ଆଇଏନଏସ ଇମ୍ଫାଲ ନାମରେ ନାମିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com