ଜାତୀୟ

ଡେନ୍‌ମାର୍କର ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ଜାନୁଆରି ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି

୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ଜାନୁଆରି ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ଉତ୍ତରାଧିକାରୀ ଭାବେ ବଡ଼ପୁଅ ତଥା ଯୁବରାଜ ଫ୍ରେଡେରିକ୍‌ ରାଜା ହେବେ ବୋଲି ମଧ୍ୟ ସେ କହିଛନ୍ତି।

୧୯୭୨ରେ ସିଂହାସନ ଆରୋହଣ କରିଥିବା ୮୩ ବର୍ଷୀୟ ରାଣୀ ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ‘ଲାଇଭ୍‌ ଟିଭି’ରେ ପାରମ୍ପରିକ ନବବର୍ଷ ଅବ୍ୟବହିତ ପୂର୍ବ ବାର୍ତ୍ତାରେ ଦେବା ବେଳେ ଏଭଳି ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି।

Related Articles

Back to top button