ଅନ୍ତର୍ଜାତୀୟ

ପରବର୍ତ୍ତୀ ଟାର୍ଗେଟ୍ ତାଇଓ୍ୱାନ ! ଚୀନର ଭୟଙ୍କର ପ୍ଲାନ୍ ବିଷୟରେ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ :  ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ତାଇଓ୍ୱାନ ଆଗାମୀ ଦିନରେ ଯୁଦ୍ଧ ଦେଖିବ । ଚୀନ ତାକୁ କବଜା କରିନେବ ବୋଲି ସେ କହିଛନ୍ତି ।  ଫକ୍ସ ବିଜନେସକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ, ତାଇଓ୍ୱାନ ଉପରେ ଚୀନ ଅତିଶୀଗ୍ର ଆକ୍ରମଣ କରିବ । ଏନେଇ ଯୋଜନା ପ୍ରସ୍ତୁତ ସରିଛି । ଏହାସହ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରି ସରକାର ମୁର୍ଖଙ୍କୁ ଧରି ଚାଲିଥିବା କହିଛନ୍ତି ।
ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକାର ନେତା ମଜବୁତ ନୁହେଁ । ତେଣୁ ଚୀନ ଓ ଋଷ ନାଲିଆଖି ଦେଖାଉଛନ୍ତି । ଚାଇନା ଗଭୀରତାର ସହ ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦେଖୁଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକାର ନୀରବତାରୁ ଫାଇଦା ନେବାକୁ ଅନେଇ ବସିଛନ୍ତି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ବେଳେ ବି ଆମେରିକା ଚୁପ୍ ବସିଥିଲା  ।
ସେ ଆହୁରି କହିଛନ୍ତି ଯେ, ଜିନପିଙ୍ଗ୍ ବହୁତ ଚାଲାକ । ସେ ଆଫଗାନିସ୍ତାନରେ କଣ ହେଲା ନିଜେ ପରଖିଛନ୍ତି । ଏହାକୁ ସେ ତାଇଓ୍ୱାନ ବିରୋଧରେ ବ୍ୟବହାର କରିବେ । ଆମେରିକା କିପରି ଆଫଗାନିସ୍ତାନରେ ନିଜ ନାଗରିକଙ୍କୁ ଛାଡି ପଳାଇ ଆସିଥିଲା ତାହା ମଧ୍ୟ ଜିନପିଙ୍ଗ୍ ଦେଖିଛନ୍ତି ।
ସୂଚନାଯୋଗ୍ୟ, ତାଇଓ୍ୱାନ ରାଷ୍ଟ୍ରପତି ସାଇ-ଇଙ୍ଗ୍ ଓ୍ୱେନ ଋଷର ୟୁକ୍ରେନ ଦଖଲକୁ ନିନ୍ଦା କରୁଛନ୍ତି । ଏହା ସହ ସେ ଉଭୟ ଦେଶକୁ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ ମଧ୍ୟ କରିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com