କ୍ରୀଡ଼ା

୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌

ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ ନ ଥିବା କାରଣରୁ ଧାରା ୯ ଅନୁସାରେ ଏହି ନୋଟିସ୍‌ ପ୍ରେରଣ କରାଯାଇଛି।

୧୫୮ କୋଟି ଟଙ୍କା ବାକି ଥିବା ନେଇ ବିସିସିଆଇ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏଲ୍‌ଟିରେ ଅଭିଯୋଗ କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ଏହି ନୋଟିସର ଉତ୍ତର ଦେବା ପାଇଁ ବାଇଜୁସ୍‌ର ପ୍ୟାରେଣ୍ଟ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com