ଜାତୀୟ

ବିମାନଯାତ୍ରା ହେବ ଆହୁରି ଆରାମଦାୟକ, ଡବଲ୍ ଡେକର୍ ସିଟରେ ବସିପାରିବେ ଯାତ୍ରୀ

ନୂଆଦିଲ୍ଲୀ: ଆଲଜାଣ୍ଡରୋ ନ୍ୟୁନେଜ୍ ଭିସେଣ୍ଟସର ଚେଜ୍ ଲଙ୍ଗ୍ ଏରୋପ୍ଲେନ୍ ସିଟ୍ ଏବେ ବିମାନ ଶିଳ୍ପ ପାଇଁ ଏକ ବିପ୍ଳବ ଭାବେ ଉଭା ହୋଇଛି । କାରଣ ଏହା ଅଧିକରୁ ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଏହାର ଡବଲ୍ ଡେକର୍ ଡିଜାଇନ୍ ପାଇଁ ବେଶୀ ଯାତ୍ରୀ ଏହାର ଫାଇଦା ନେଇପାରିବେ ।

ଏହି ଡିଜାଇନକୁ ୨୦୨୧ କ୍ରିଷ୍ଟାଲ୍ କ୍ୟାବିନ୍ ଆଓ୍ୱାର୍ଡ ମଧ୍ୟ ମିଳିଛି । ବିଶ୍ୱର ସର୍ବବୃହତ ବିମାନ ସୋ ଏଆଇଏକ୍ସରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା ।

ନ୍ୟୁନେଜ୍ ଭିସେଣ୍ଟସରେ ଦୁଇ ଥାକ ହୋଇ ଯାତ୍ରୀ ବସିପାରିବେ । ଉପର  ସିଟରେ ବସିବା ପାଇଁ ହେଲେ କିଛି ପାହାଚ ଚଢିବାକୁ ହେବ । ଏବେ ଏହି ଡିଜାଇନର ପ୍ରୋଟୋଟାଇପ୍ ମଡେଲ ସାମ୍ନାକୁ ଆସିଛି । ଯେଉଁଥିରେ ଯାତ୍ରୀ ବସିବା ପରେ ବି ଖାଲି ଜାଗା ରହିଛି । ଗୋଟିଏ ଡବଲ୍ ଡେକର୍ ସିଟରେ ପ୍ରାୟ ୬ ଯାତ୍ରୀ ବସିପାରିବେ ଓ ସେମାନଙ୍କ ବ୍ୟାଗ୍ ମଧ୍ୟ ରଖିପାରିବେ ।

ଭବିଷ୍ୟତରେ ଏହି ଟେକନୋଲୋଜି ବୋଇଂ ୭୪୭, ଏୟାରବସ୍ ଏ୩୩୦ ଆଦି ମଧ୍ୟମରୁ ବଡ ବିମାନରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com