ଓଡ଼ିଶା

ରାଜ୍ୟରେ ବର୍ଷା ସମ୍ଭାବନା

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କୋହଲା ପାଗ ଲାଗି ରହିଛି । ସୁଲୁସୁଲିଆ ପବନ ମଧ୍ୟ ବହୁଛି। ଗୁରୁଚାପ ବଳୟ ପ୍ରଭାବରେ ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ବିଭାଗ।  ସେହିପରି ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି ।

ଶନିବାର ମଧ୍ୟ ରାଜ୍ୟରେ କୋହଲା ପାଗ ସହ କିଛି ଅଞ୍ଚଳରେ ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ଵିଭାଗ। ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୭ ଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଥିଲା । ରାଜ୍ୟରେ ସର୍ବାଧିକ ୧୬.୬ ମିମି ବର୍ଷା ମୟୂରଭଞ୍ଜର ବାହାଲଦାରେ ରେକର୍ଡ ହୋଇଛି । ସର୍ବନିମ୍ନ ୯.୨ ମିମି ବର୍ଷା ପାହାଡିଆ ଅଞ୍ଚଳର କୋରାପୁଟରେ ରେକର୍ଡ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com