ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ସ : କାମରେ ଆସିବ ଡୋର ଟୁ ଡୋର ଏବଂ ମୋବାଇଲ୍ ଟୁ ମୋବାଇଲ୍ କ୍ୟାମ୍ପେନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସମସ୍ତ ପ୍ରାର୍ଥୀ ଏବଂ ନେତା ମାନଙ୍କ ସହ ଭର୍ଚୁଆଲରେ ବାର୍ତ୍ତାଳପ କରିଛନ୍ତି । ଡୋର ଟୁ ଡୋର, ମୋବାଇଲ ଟୁ ମୋବାଇଲ ପହଂଚିବା ପାଇଁ ବାର୍ତ୍ତା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା କର୍ମୀଙ୍କୁ ଉତ୍ସାହିତ କରିଛି । ପଂଚାୟତ ନିର୍ବାଚନରେ ଡିଜିଟାଲ କ୍ୟାମ୍ପେନ କରାଯିବ ।

ଦିଲ୍ଲୀର ନେତାଙ୍କୁ ଡିଜିଟାଲ ମାଧ୍ୟମରେ ପଲ୍ଲୀରେ ପହଞ୍ଚାଯିବ । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା , ଗ୍ରାମୀଣ ବିକାଶରେ ଆସିଥିବା ଅର୍ଥ କୁ କିଭଳି ତୋଷାରପାତ କରାଯାଇଛି ସେନେଇ ଲୋକଙ୍କ ପାଖକୁ ଯିବୁ ବୋଲି କହିଲା ବିଜେପି। ଡୋର ଟୁ ଡୋର ଏବଂ ମୋବାଇଲ ଟୁ ମୋବାଇଲ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com