ଓଡ଼ିଶା
ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍ ନକଚରାଲ୍ ଟ୍ରେଲ୍’
![](https://i0.wp.com/odia.mobilenews24x7.com/wp-content/uploads/2024/01/bharatpur-forest-jungle-safari-7212430.webp?resize=780%2C470&ssl=1)
ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍ ନକଚରାଲ୍ ଟ୍ରେଲ୍’ ।ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ । ଚାଲିବ ଟ୍ରେଲ୍ । ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।’ନାଇଟ୍ ନକଚରାଲ୍ ଟ୍ରେଲ୍’ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲର ଉପକୃତ ହେବେ । ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।
ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।