Breaking NewsFeaturedରାଜନୀତି

ବାତିଲ ହେଲା ଆଡଭାନୀଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଜାଣନ୍ତୁ କଣ ରହିଛି କାରଣ

ଶେଷ ହେବ ୫୦୦ବର୍ଷର ଅପେକ୍ଷା । ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡିବ ପୂର୍ଣ୍ଣଛେଦ । ଜନ୍ମସ୍ଥାନରେ ବିରାଜମାନ କରିବେ ପ୍ରଭୁ ରାମଲାଲା । ଏନେଇ ସାରା ଦେଶରେ ରାମମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାମ ରାମ ଧ୍ୱନିରେ କମ୍ପୁଛି ଅଯୋଧ୍ୟା । ଆଉ କିଛି ସମୟ ପରେ ଉଦଘାଟନ ହେବ ଏହି ଭବ୍ୟ ରାମ ମନ୍ଦିର । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବହୁ ବିଶିଷ୍ଟ ରାଜନେତା, ସେଲିବ୍ରେଟି, କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏନେଇ ସମସ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ହେଲେ ଅଯୋଧ୍ୟା ଯିବେନି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ୟ୍ୟକ୍ରମରେ ସେ ସାମିଲ ହେବେନି। ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି। ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏବେ ଅତ୍ୟଧିକ ଠଣ୍ଡା ପଡ଼ିଥିବା ବେଳେ ପାଗ ବି ଖରାପ ରହୁଛି। ଏହାକୁ ଆଖି ଆଗରେ ରଖି ୯୬ ବର୍ଷୀୟ ଆଡଭାନୀଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦିଆଯାଇଛି।

କହିରଖୁଛୁ ଯେ, ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ୟ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଏଥିନିମନ୍ତେ ସେ ସମ୍ମତି ଜଣାଇଥିଲେ। ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲ।ଏହି ପରିପ୍ରେକ୍ଷୀରେ ନିଜ ଖୁସି ବ୍ୟକ୍ତ କରି ଆଡଭାଣୀ କହିଥିଲେ, ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ୟ୍ୟାଦାର ପ୍ରସଙ୍ଗ ଅଟେ । ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟଶାଳୀ ମନେ କରୁଛି। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ କାର୍ୟ୍ୟକ୍ରମକୁ ବାତିଲ କରି ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com