
ଭୁବନେଶ୍ୱର, ୨୩/୦୮/୨୦୨୨- ରାଜ୍ୟର ବନ୍ୟାସ୍ଥିତି, ଜଳ ଭଣ୍ଡାର, ବିଭିନ୍ନ ନଦୀ ଏବଂ ଏହାର ଅବବାହିକାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମଙ୍ଗଳବାର ଜଳ ସେଚନ ସଦନ ଠାରେ ପ୍ରଥମେ ବନ୍ୟା ନିୟନ୍ତ୍ରଣ କକ୍ଷରେ ବନ୍ୟା ସମ୍ପର୍କିତ ସୂଚନା ସରାବରହ ଠିକ୍ ଭାବେ ପରିଚାଳିତ ହେଉଛି କି ନାହିଁ ବୁଲି ଦେଖିଥିଲେ । ପରେ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏବଂ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ମହାନଦୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ ଏବଂ ଜଳକା ଆଦି ନଦୀର ସ୍ଥିତି ସମ୍ପର୍କରେ ଆଲୋଚନା କରି ଧୀରେଧୀରେ ବନ୍ୟା ପାଣି କମୁଥିବାରୁ ସୃଷ୍ଟି ହୋଇଥିବା ଘାଇ ଗୁଡିକରୁ ପାଣି ଛାଡିବା ମାତ୍ରେ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ୍ୱ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ରାତ୍ରି କାଳୀନ ପେଟ୍ରୋଲିଂକୁ କଡାକଡି କରିଯାଇଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।