ଜାତୀୟ
କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି

କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ତାଲିକାରେ ୫ଜଣଙ୍କୁ ପଦ୍ମବିଭୂଷଣ, ୧୭ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଛି।
ସେହିପରି ୧୧୦ଜଣ ବ୍ୟକ୍ତିବିଶେଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ଏଥିରେ ଓଡ଼ିଶାରୁ ୪ ଜଣ ବ୍ୟକ୍ତି ଅଛନ୍ତି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ, ଖୋର୍ଦ୍ଧାର ବିନୋଦ ମହାରଣା ଏବଂ ସମ୍ବଲପୁରର ବିନୋଦ କୁମାର ପଶାୟତ।




