ଓଡ଼ିଶା

ଟଙ୍କା ଜବତ୍ ଘଟଣାରେ ଗିରଫ ଯୁବକ ମେଦିନୀପୁରର, ଆୟକର ଫାଙ୍କି ଲିଙ୍କ୍ ତଦନ୍ତ ପାଇଁ ପୋଲିସ୍‌ର ଉଦ୍ୟମ

କଟକ: କଟକରୁ ବିପୁଳ ପରିମାଣର ଟଙ୍କା ଜବତ ମାମଲାରେ ଅଟକ ଥିବା ଯୁବକକୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଚାଲିଛି ଛାନ୍‌ଭିନ୍ । ଶୁକ୍ରବାର ଦରଘାବଜାର ଥାନା ପୋଲିସ ଜଣେ ଯୁବକଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ କରି ପଚରାଉଚରା କରିଥିଲା। ଗିରଫ ଯୁବକ ପଶ୍ଚିମ ମେଦିନାପୁରର ରାକେଶ ଧଡ଼ା । ତାଙ୍କ ପାଖରୁ ମିଳିଥିବା ଟଙ୍କା ମନୋରଞ୍ଜନ ମାଝୀଙ୍କର ବୋଲି କହିଛି ରାକେଶ। ତେବେ ମନୋରଞ୍ଜନ ମାଝୀ କିଏ ତାହା ଜଣା ପଡିନି। ଜିଏସଟି ଫାଙ୍କି ପାଞ୍ଚ ଶହ ଗ୍ରାମ ସୁନା ବିକ୍ରି କରିଥିବା ରାକେଶ ସ୍ବୀକାର କରିଛି। ଏନେଇ ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ କହିଛି କଟକ କମିଶନରେଟ ପୋଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com