ଅନ୍ତର୍ଜାତୀୟ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍କା ଲାଗିଛି
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି।