ଓଡ଼ିଶା
୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର ଖଣ୍ଡଗିରି ଯାତ୍ରା

ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ।
୧୮ ରୁ ୨୦ ତାରିଖ ଯାଏଁ ସାଇ ସମ୍ରାଟ, ୨୧ ରୁ ୨୪ ତାରିଖ ଯାଏଁ ଅଶୋକ ସମ୍ରାଟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ନାଟକ ପରିବେଷଣ କରିବେ ।