ଜାତୀୟ
ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି
ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ବନୱାରୀ ଲାଲ ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ବନୱାରୀ ଲାଲ ଲେଖିଛନ୍ତି ମୋର ବ୍ୟକ୍ତିଗତ କାରଣ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁ ମୁଁ ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେବି। ଦୟାକରି ଏହାକୁ ଗ୍ରହଣ କରନ୍ତୁ ।