ଜାତୀୟ
ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ବଡ ସଫଳତା ମିଳିଛି

ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ବଡ ସଫଳତା ମିଳିଛି। ଫ୍ରାନ୍ସର ପ୍ୟାରିସରେ ଥିବା ବିଶ୍ବ ପ୍ରସିଦ୍ଧ ଏଇଫେଲ ଟାୱାରରୁ ୟୁପିଆଇକୁ ଲଞ୍ଚ କରାଯାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ଏଇଫେଲ ଟାୱାରରେ ୟୁପିଆଇ ଆରମ୍ଭ ହୋଇଥିବାରୁ ତାହା ଉପରେ ସମଗ୍ର ବିଶ୍ବର ଫୋକସରେ ରହିବ। ଏହା ସହ ଫ୍ରାନ୍ସ ପ୍ରଥମ ଦେଶ ଭାବେ ୟୁପିଆଇ ଲଞ୍ଚ କରିଛି ।