କ୍ରୀଡ଼ା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ପ୍ରଥମ ଦୁଇଟି ଟେଷ୍ଟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ସିରିଜର ତୃତୀୟ ମ୍ୟାଚ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି ।

ସିରିଜର ଆହୁରି ୩ଟି ମ୍ୟାଚ ବାକି ରହିଥିବା ବେଳେ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଏ ନେଇ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ସୂଚନା ଦେଇଛନ୍ତି । ଦଳର ଅଚାନକ ଏଭଳି ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com