Featuredଅନ୍ତର୍ଜାତୀୟଜାତୀୟ

କର୍ମଚାରୀ ଛଟେଇ ପରେ ଅମାଜନକୁ ଶ୍ରମ ମନ୍ତ୍ରଣାଳୟ ଜାରିକଲା ନୋଟିସ୍

ଇ-କମର୍ସ କମ୍ପାନୀ ଅମାଜନ କର୍ମଚାରୀ ଛଟେଇ କରିବା ପରେ ଏହାକୁ ନେଇ ଶ୍ରମମନ୍ତ୍ରଣାଳୟ ନୋଟିସ କରିଛି । କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟ କମ୍ପାନୀକୁ ନୋଟିସ ଜାରି କରିଥିଲା । ସୂଚନା ମୁତାବକ ଏହି ଆମେରିକୀୟ ଇ-କମର୍ସ କମ୍ପାନୀ କିଛିଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା ।ଏଭଳି ଛଟେଇ ପରେ ଟେକ୍ନିକାଲ କର୍ମଚାରୀ ସଂଗଠନ ୟୁନିୟନ ନେସେଂଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପେ୍ଲାଇଜ ସିନେଟ ତରଫରୁ ଶ୍ରମମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲା । ଅଭିଯୋଗ ମୁତାବକ କମ୍ପାନୀ କର୍ମଚାରୀ ଛଟେଇ ବେଳେ ଶ୍ରମମନ୍ତ୍ରଣାଳୟର ନିୟମ ମାନି ନଥିଲା ବୋଲି କୁହାଯାଇଛି । ନିର୍ଦ୍ଦେଶରେ କୁହାଯାଇଛି କି ଅମାଜନର ଅଧିକାରୀ କିମ୍ବା କୌଣସି ଅଧିକୃତ ପ୍ରତିନିଧି ନିର୍ଦ୍ଧାରିତ ସମୟରେ ଦସ୍ତାବିଜ ସହ ଉପସ୍ଥିତ ହେବେ । ସଂଗଠନ ତରଫରୁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପଠାଯାଇଥିବା ଅଭିଯୋଗରେ କୁହାଯାଇଛି କି ଅମାଜନ କର୍ମଚାରୀମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଚାକିରୀରୁ ନିଲମ୍ବିତ କରୁଛି ତେଣୁ ଏନେଇ ତଦନ୍ତ ହେବା ଆବଶ୍ୟକ ।

 

Related Articles

Back to top button
WP Twitter Auto Publish Powered By : XYZScripts.com