ଓଡ଼ିଶା

ବନ୍ଧୁକ ମୁନରେ ମଦ ଦୋକାନରୁ ଲୁଟ୍

କେନ୍ଦୁଝର: ବିଦେଶୀ ମଦ ଦୋକାନରେ ବୁଲିଲା କଳାକନା । ବନ୍ଧୁକ ମୁନରେ ଲୁଟି ନେଲେ ଏକ ଲକ୍ଷ ୫୬ ହଜାର ଟଙ୍କା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁରରେ । ଦୁଇଟି ବାଇକରେ ୫ ଦୁର୍ବୃତ୍ତ ଆସି ଏଠାରେ ଥିବା ମଦ ଦୋକାନରୁ ଲୁଟ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ରାତି ୧୦ ଟାରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ମଦ ଦୋକାନରେ ପହଞ୍ଚିଥିଲେ । ଜଣେ ବାହାରେ ଥିବା ବେଳେ, ଅନ୍ୟ ୪ ଜଣ ମଦ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ମାରପିଟ୍ କରି ୧ ଲକ୍ଷ ୫୬ ହଜାର ଟଙ୍କା ନେଇ ଯାଇଥିଲେ । ଏଥିସହ ଜଣେ କର୍ମଚାରୀଙ୍କ ମୋବାଇଲ୍ ମଧ୍ୟ ନେଇ ଯାଇଥିଲେ । ଯିବା ସମୟରେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାର ତାର ଛିଡ଼ାଇ ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com