ଓଡ଼ିଶା

ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିଛି ପାରଦ, ବଢୁଛି ଜାଡ

ଓଡ଼ିଶାରେ ପ୍ରବଳ ଜାଡ଼ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିଛି ପାରଦ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଅନୁଭୁତ ହେଉଛି ପ୍ରବଳ ଶୀତ । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର । ଏନେଇ ସତର୍କତା ଜାରିକରିଛି ଆଇଏମଡି । ସମତଳ ଅପେକ୍ଷା ପାହାଡିଆ ଅଞ୍ଚଳରେ ଅଧିକ ଥଣ୍ଡା ପଡ଼ିବ ।

କେବଳ ଓଡ଼ିଶାରେ ନୁହେଁ ଉତ୍ତର ଭାରତରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୁତ ହେବ । ଅନ୍ୟପଟେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ବିଶେଷ କରି ବଲାଙ୍ଗୀର, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଫୁଲବାଣୀରେ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com