Breaking NewsFeaturedଓଡ଼ିଶା

ବିସ୍ଫୋରଣରେ କିଏ ମୃତ? ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତି ରଞ୍ଜନ ମଲ୍ଲିକ ଜୀବୀତ? ତେଜିଲା ବିବାଦ

ଘଟିଲା ଦୁର୍ଘଟଣା। ହାଇଟେକ୍ ମେଡିକାଲ୍ରେ ହେଲା ବିସ୍ଫୋରଣ। ଗତ ୩୦ ତାରିଖ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା କୁହାଗଲା। ଏବେ ଭେଣ୍ଟିଲେଟରରୁ ଜ୍ୟୋତି ବାହାରିବା ପରେ ସେ ଦିଲ୍ଲୀପ ବୋଲି ପଡ଼ିଛି ଚହଳ। ଉଠିଛି ଦ୍ଵନ୍ଦ୍ଵ। ତେଜୁଛି ବିବାଦ।
(ଭିଓ) ହଇରାଣ କରୁଛି ହାଇଟେକ୍। ଏବେ ଏଭଳି ସାଂଘାତିକ ଅଭିଯୋଗ ଉଠିଛି। କାରଣ ବିସ୍ଫୋରଣ ଘଟଣାରେ ୪ ଜଣ ସଂକଟାପନ୍ନଙ୍କୁ ଚିକିତ୍ସା ଚାଲିଥିବାବେଳେ ସେ ମଧ୍ୟରେ ଥିଲେ ଦିଲ୍ଲୀପ ସାମନ୍ତରାୟ ଏବଂ ଜ୍ୟୋତି ରଞ୍ଜନ ମଲ୍ଲିକ। ତେବେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଦିଲ୍ଲୀପ ସାମନ୍ତରାୟ ନୁହଁନ୍ତି ଏବଂ ସେ ଜୀବୀତ ଅଛନ୍ତି ବୋଲି ଏବେ ଦାବି ହେଉଛି। ତେବେ ଏନେଇ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ଦେଇଛନ୍ତି ସ୍ପଷ୍ଟୀକରଣ। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଜୀବିତ ଯୁବକ ୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ଲାଗୁଛନ୍ତି। ସେ ଦୃଢତାର ସହ ନିଜ ପରିଚୟ ଦେଉଛନ୍ତି। ଦୁଇ ପରିବାର ମଧ୍ୟ ସେ ଦିଲ୍ଲୀପ ହୋଇଥିବା ଅନୁମାନ କରୁଛନ୍ତି। ତେବେ ଦ୍ଵନ୍ଦ୍ଵ ଦୂର ପାଇଁ ଡିଏନଏ ଟେଷ୍ଟ କରାଯିବ।

ସେପଟେ କଥା ଏତିକିରେ ଅଟକି ନାହିଁ। ଦିଲ୍ଲୀପ ମୃତ ବୋଲି ପରିବାର ଲୋକଙ୍କୁ ହସ୍ତାନର କଲା କିଏ? କର୍ତ୍ତୃପକ୍ଷ କହୁଛନ୍ତି ଆମେ ପୁଲିସକୁ ଦେଲୁ। ଅର୍ଥାତ୍ ପୁଲିସ୍ ହସ୍ତାନ୍ତର କଲା ପରିବାର ଲୋକଙ୍କୁ। ସେ ଯାହାହେଉ, ୭୫ ପ୍ରତିଶତ ଦେହ ପୋଡ଼ି ଯାଇଥିଲେ ଏମିତି ହାଲୁକା ଏବଂ ତରବର ଭାବେ ମୃତଦେହ କାହାକୁ ହସ୍ତାନ୍ତର କରିବା ଠିକ୍ କି ବୋଲି ଉଠିଛି ପ୍ରଶ୍ନ। ସେହିପରି ଦିଲ୍ଲୀପ ମୃତ ବୋଲି ଜାଣିବା ପରେ ମାନସିକ ଭାରସମ୍ୟ ହରାଇ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଦେଇଛନ୍ତି। ଏଥିପାଇଁ କିଏ ଦାୟୀ? ଏପଟେ ଜ୍ୟୋତି ଜୀବୀତ ଏବଂ ଚିକିତ୍ସା ଚାଲିଛି ବୋଲି ଘରଲୋକ ଭାବୁଥିବାବେଳେ ହଠାତ୍ ଜ୍ୟୋତି ମୃତ ବୋଲି କହିବା ପରେ ତାଙ୍କ ପତ୍ନୀ ଏବଂ ପରିବାର ଲୋକଙ୍କ ଅବସ୍ଥା କହିଲେ ନସରେ, ଏଥିପାଇଁ କିଏ ଦାୟୀ? ଜ୍ୟୋତିଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ଫେରାଇ ପାରିବେ କି କର୍ତ୍ତୃପକ୍ଷ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଲାଣି।

ତେବେ ଜୀବୀତ ଯିଏ ଅଛନ୍ତି ସେ ମୋ ପୁଅ ଜ୍ୟୋତି ନୁହେଁ ବୋଲି ଜ୍ୟୋତିଙ୍କ ବାପା ସ୍ପଷ୍ଟ ଦାବି କରୁଛନ୍ତି। ଏବେ ବଡ଼ ପ୍ରଶ୍ନ- କିଏ ଜୀବୀତ ଆଉ କିଏ ମୃତ? ଲୋକେ କହୁଛନ୍ତି ହଇରାଣ କରୁଛି ହାଇଟେକ। ଆଉ ଯାହା ଅନୁମାନ କରାଯାଉଛି, ଜ୍ୟୋତିଙ୍କ ମୃତଦେହ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପରେ ସେମାନେ ଅଲରେଡି ସଂସ୍କାର କରିଦେଇଛନ୍ତି। ଏବେ ଯାହାକୁ ଜ୍ୟୋତି କହି ଚିକିତ୍ସା କରାଯାଉଥିଲା, ସେ ନିଜକୁ ଦିଲ୍ଲୀପ ବୋଲି କହିବା ସତ ବୋଲି ଚର୍ଚ୍ଚା ଜୋର ଧରିଛି।

ଏଠାରେ କହିରଖୁଛୁ ଯେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହାଇଟେକରେ ଭର୍ତ୍ତି କରାଯାଇଥିଲା। ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା। କିନ୍ତୁ ପରିସ୍ଥିତି ପୂରା ଉତ୍ତେଜନାମୂଳକ ଥିବାବେଳେ ଦୁଇ ପରିବାରକୁ ଉଚିତ୍ ନ୍ୟାୟ ମିଳୁ ବୋଲି କଂଗ୍ରେସ ଦାବି ଉଠାଇଲାଣି।

Related Articles

Back to top button
WP Twitter Auto Publish Powered By : XYZScripts.com