ଅନ୍ତର୍ଜାତୀୟରାଜନୀତି

ଋଷର ଧମକ: ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ

ମସ୍କୋ () ୟୁକ୍ରେନକୁ ନେଇ ପୂର୍ବ ୟୁରୋପରେ ଉତ୍ତେଜନା ଥମିବାର ନା ଧରୁନାହିଁ। ଏପରି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି। ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ ହେବ ବୋଲି ସେ କହିଛନ୍ତି। ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ମିଗ୍‌-୩୧ ବିମାନ ମୁତୟନ କରିଥିବାବେଳେ ପୁତିନଙ୍କ ଏହି ଚେତାବନୀ ଆସିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ପୁତିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନକୁ ନେଇ କୌଣସି ଗୁପ୍ତ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ ବୋଲି ଋଷ ପକ୍ଷରୁ କୁହାଯାଇଛି। ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ୟୁକ୍ରେନ ପ୍ରସଙ୍ଗରେ କିଛି ଆଶ୍ବସ୍ତି ମିଳିଥିବା ନେଇ ଫ୍ରାନ୍ସ ଦାବି କରୁଥିବାବେଳେ ଋଷର ଏହି ମନ୍ତବ୍ୟ ଆସିଛି।
ଏହି ଆଲୋଚନା ସମୟରେ ପୁତିନ କହିଥିଲେ ଯେ , ଆମ ଚିନ୍ତା ଉପରେ ପାଶ୍ଚାତ୍ୟ ଦେଶଗୁଡିକ ଧ୍ୟାନ ଦେଇନାହାନ୍ତି। ୟୁକ୍ରେନରେ ଉତ୍ତେଜନାକୁ ପ୍ରୋତ୍ସାହନ ଦେବେ ନାହିଁ, ବେଲାରୁଷରେ ଋଷର ସ୍ଥାୟୀ ସୈନ୍ୟ ଆଡ୍ଡା ରହିବନି କି ସବୁଦିନ ପାଇଁ ସେନା ମୁତୟନ କରାଯିବ ନାହିଁ ବୋଲି ପୁତିନ କହିଥିବା ମାକ୍ରନ ଉଲ୍ଲେଖ କରିଛନ୍ତି। ଋଷ ହଜାର ହଜାର ସୈନିକଙ୍କୁ ବେଲାରୁଷ ପଠାଇଛି। ଫ୍ରାନ୍ସ ବିବୃତ୍ତି ଉପରେ ଋଷ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ଦମିତ୍ରି ପେସ୍କୋଭ କହିଛନ୍ତି ଯେ ଭୁଲ ତଥ୍ୟ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com