ବିଜ୍ଞାନ ଓ ପ୍ରଯୁକ୍ତି

ଉତ୍କଳ ଦିବସରେ ଦିଆଯିବ ଜମି ଅଧିକାର ପ୍ରମାଣ ପତ୍ର

 ଭୁବନେଶ୍ୱର ୧୯/୧୨/୨୦୨୨-   ଉତ୍କଳ ଦିବସରେ ୫୦ ହଜାର ପରିବାରକୁ ମିଳିବ ଜମି ଅଧିକାର ପ୍ରମାଣ ପତ୍ର । ଭୁବନେଶ୍ୱର ମହାନଗର ନିଗମରେ ଜାଗା ମିଶନ ଜରିଆରେ ଏହି ପ୍ରମାଣ ପତ୍ର ବଣ୍ଟନ କରାଯିବ । ଭୁବନେଶ୍ୱରରେ ମୋଟ ୪୩୬ ବସ୍ତି ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୩୨ଟି ବସ୍ତିରେ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ମୋଟ ୯୨ହଜାର ପରିବାରଙ୍କୁ ଜାଗା ମିଶନରେ ଜମି ଅଧିକାର ଦେବାପାଇଁ ପାଇଁ ଲକ୍ଷ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୦ହଜାର ପରିବାରଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏଥିପାଇଁ ଅବଶିଷ୍ଟ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଏହି ସର୍ଭେରେ ଯେଭଳି କୌଣସି ତ୍ରୁଟି ନ ରହିବ ସେଥିପାଇଁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ବିଏମସି ପକ୍ଷରୁ ମିଳିତ ଭାବେ ଏଥିରେ ନିୟୋଜିତ ହେବାକୁ ଥିବା ସମସ୍ତ ଏନୁମୁରେଟର, ଗୋଷ୍ଠୀ ସଙ୍ଗଠିକା ଓ ୱାର୍ଡ ଅଫିସରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com