କ୍ରୀଡ଼ା
କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ

କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି।
ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି।