ଅନ୍ତର୍ଜାତୀୟ

ହତ୍ୟା ଏବଂ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ୟେମେନ୍‌ର ୫ ନାଗରିକଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି

ହତ୍ୟା ଏବଂ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ୟେମେନ୍‌ର ୫ ନାଗରିକଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୫ ଜଣ ଅହମଦ୍‌ ଅଲ୍‌ ଅରାଦୀ ନାମକ ଜଣେ ସାଥୀଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କ ମୁଣ୍ଡକାଟ୍‌ କରାଯାଇଛି। ଏମାନେ ଚୋରି ଏବଂ ଡକାୟତି ଉଦ୍ଦେଶ୍ୟରେ ଏକ ଗ୍ୟାଙ୍ଗ୍‌ ଗଠନ କରିଥିବାର ସୂଚନା ଦେଇଛି ସାଉଦି ପ୍ରେସ୍‌ ଏଜେନ୍ସି। ସାଉଦି ଆରବରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଗଲାଣି।

Related Articles

Back to top button