ଜାତୀୟରାଜନୀତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିସାରିଛି ହତ୍ୟା ଧମକ

ପୂର୍ବରୁ ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିସାରିଛି ହତ୍ୟା ଧମକ। ସେହିପରି କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ନେତା-ମନ୍ତ୍ରୀ ମଧ୍ୟ ଏଭଳି ଚେତାବନୀରୁ ବର୍ତ୍ତି ନାହାନ୍ତି। ତେବେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଏବେ ବଡ଼ ଚର୍ଚ୍ଚାର କାରଣ ହୋଇଛି। ସେ ପୁଣି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ ମିଳିଛି।

ବୋମା ପକାଇ ତାଙ୍କ ଉଡାଇଦେବାକୁ ଧମକରେ କୁହାଯାଇଛି। ମହାନଗର ନିଗମରେ ଏହି ଘଟଣାରେ ଏଫଆଇଆର୍ ରୁଜୁ ହୋଇଛି। ସୁରକ୍ଷା ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ପୋଲିସର CUG ନମ୍ବରରେ ଏହି ଧମକପୂର୍ଣ୍ଣ କଲ କରାଯାଇଥିଲା। ମାମଲାର ତଦନ୍ତ ଚାଲିଛି। ଏହା ପ୍ରଥମ ଘଟଣା ନୁହେଁ, ସିଏମ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com