ଅନ୍ତର୍ଜାତୀୟରାଜନୀତି

ଇସଲାମକୁ ନେଇ ୟୁଏନରେ ପାରିତ ହେଲା ପାକିସ୍ତାନର ପ୍ରସ୍ତାବ, ବିରୋଧ କଲେ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ:  ଇସଲାମୋଫୋବିଆର ମୁକାବିଲା ପାଇଁ ମାର୍ଚ୍ଚ ୧୫ ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବାକୁ ଆଗତ ପ୍ରସ୍ତାବ ମିଳିତ ଜାତିସଂଘ ମହାସଭାରେ ପାରିତ ହୋଇଛି। ଭାରତ ଅନ୍ତର୍ଜାତୀୟ ଇସଲାମୋଫୋବିଆ ଦିବସ ଘୋଷିତ କରାଯିବା ନେଇ ଚିନ୍ତା ପ୍ରକଟ କରିଛି। ଭାରତ କହିଛି ହିନ୍ଦୁ, ବୌଦ୍ଧ ଏବଂ ଶିଖ ଧର୍ମ ବିରୋଧରେ ମଧ୍ୟ ଫୋବିଆ ବଢିବାରେ ଲାଗିଛି। ଏମିତିରେ କୌଣସି ଗୋଟିଏ ଧର୍ମ ବିଶେଷରେ ଫୋବିଆକୁ ଏହି ପରି ଉପସ୍ଥାପନ କରାଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଭାରତ ପ୍ରଶ୍ନ କରିଛି।
ଭାରତ ପରି ଫ୍ରାନ୍ସ ମଧ୍ୟ ଏହି ପ୍ରସ୍ତାବ ଉପରେ ଚିନ୍ତା ପ୍ରକଟ୍ କରିଛି। ଫ୍ରାନ୍ସ କହିଛି ଏହି ପ୍ରସ୍ତାବ କୌଣସି ଗୋଟିଏ ଧର୍ମକୁ ଚୟନ କରି ଧାର୍ମିକ ଅସହିଷ୍ଣୁତା ବିରୁଦ୍ଧ ଲଢେଇରେ ବିଭାଜନ ସୃଷ୍ଟି କରିବ। ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘର ମହାସଭାରେ ଇସଲାମିକ ସଂଗଠନ(ଓଆଇସି) ମାର୍ଚ୍ଚ ୧୫ ତାରିଖକୁ ଇସଲାମୋଫୋବିଆର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଦିବସ ଘୋଷଣା କରିବାକୁ ପ୍ରସ୍ତାବ ରଖିଥିଲା।
ଏହି ପ୍ରସ୍ତାବ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଚୀନ, ମିଶର, ଇଣ୍ଡୋନେସିଆ, ଇରାନ, ଇରାକ, ଜୋର୍ଡାନ, କୁଏତ, କିର୍ଗିସ୍ତାନ, ଲେବାନନ, ଲିବ୍ୟା, ମାଲେସିଆ, ମାଳଦ୍ଵୀପ, ମାଲି, କାତାର, ସାଉଦି ଆରବ, ତୁର୍କୀ, ତୁର୍କମେନିସ୍ତାନ, ୟୁଗାଣ୍ଡା, ୟୁଏଇ, ଉଜବେକିସ୍ତାନ ଏବଂ ୟମନ ଦ୍ଵାରା ଆଗତ କରାଯାଇଥିଲା।
ମିଳିତ ଜାତିସଂଘ ଏହି ପସ୍ତାବକୁ ସ୍ଵୀକାର କରିବା ଉପରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ମହାସଭାରେ କହିଛନ୍ତି, ଏହି ପ୍ରସ୍ତାବ ପାରିତ ହେଲେ କୌଣସି ଉଦାହରଣ ସୃଷ୍ଟି ହେଉ ନାହିଁ। ଅନ୍ୟ ଧର୍ମ ମଧ୍ୟ ଫୋବିଆ ସମ୍ବନ୍ଧିତ ପ୍ରସ୍ତାବ ନେଇ ମିଳିତ ଜାତିସଂଘ ମହାସଭା ଆସିବେ। ଏହାପରେ ମିଳିତ ଜାତିସଂଘ ଧାର୍ମିକ ଗୋଷ୍ଠୀରେ ବିଭାଜିତ ହୋଇଯିବ।
ସେ କହିଛନ୍ତି, ହିନ୍ଦୁ ଧର୍ମରେ ୧.୨ ଅରବରୁ ଅଧିକ ଜନସଂଖ୍ୟା ଅଛନ୍ତି। ବୌଦ୍ଧ ଧର୍ମର ୫୩.୫ କୋଟିରୁ ଅଧିକ ଏବଂ ଶିଖ ଧର୍ମ ମାନୁଥିବା ଲୋକଙ୍କ ସଂଖ୍ୟା ୩ କୋଟିରୁ ଅଧିକ ରହିଛି। ସମୟ ଆସି ଯାଇଛି ଆମେ ଧାର୍ମିକ ଆଧାରରେ କୌଣସି ଗୋଟିଏ ଧର୍ମର ଫୋବିଆ ବିଷୟରେ ଆଲୋଚନା କରିବା ନାହିଁ। ସବୁଠୁ ଜରୁରୀ ମିଳିତ ଜାତିସଂଘ ଏମିତି ଧାର୍ମିକ ମାମଲାରେ ହସ୍ତକ୍ଷେପ ନକରୁ।
ସେ ଏହା ମଧ୍ୟ କହିଛନ୍ତି, ମିଳିତ ଜାତିସଂଘ ମହାସଭାର ସଦସ୍ୟ ଦେଶ ଏହା ଭୁଲିବା ଉଚିତ୍ ନୁହେଁ ଯେ, ୨୦୧୯ରେ ପୂର୍ବରୁ ସ୍ଥିର ହୋଇଥିଲା ଯେ, ଅଗଷ୍ଟ ୨୨ରେ ଧାର୍ମିକ ହିଂସାର ଶିକାର ଲୋକଙ୍କ ସହିତ ସହାନୁଭୂତି ସ୍ଵରୂପ ଅନ୍ତର୍ଜାତୀୟ ଦିବସ ପାଳନ କରାଯିବ। ଆଉ ଏଥିରେ ସବୁ ଧର୍ମର ଲୋକଙ୍କ ଉପରେ ଆଲୋଚନା କରାଯାଇଥାଏ। ଆମେ ନଭେମ୍ବର ୧୬ ତାରିଖକୁ ଅନ୍ତର୍ଜାତୀୟ ଅସହିଷ୍ଣୁତା ଦିବସ ପାଳନ କରୁଛନ୍ତି। ଆମେ ଏହି କଥାରେ ସହମତ ନୁହଁ ଯେ ଆମେ ଗୋଟିଏ ଧର୍ମ ପ୍ରତି ଫୋବିଆକୁ ଏହି ପରି ଉପସ୍ଥାପନ କରାଯିବ, ଯାହା ପାଇଁ ଅନ୍ତର୍ଜାତୀୟ ଦିବସ ପାଳନର ଆବଶ୍ୟକତା ପଡିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com