ଓଡ଼ିଶା
ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ
![](https://i0.wp.com/odia.mobilenews24x7.com/wp-content/uploads/2024/03/newsphoto144Screenshot_20240311_225623_Samsung-Internet.jpg?resize=780%2C470&ssl=1)
ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ରଘୁବର ଦାସ ।
ରାଜ୍ୟପାଳଙ୍କ ଏଭଳି ହଠାତ୍ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କେବଳ ସୌଜନ୍ୟତାମୂଳକ ସାକ୍ଷାତକାର ବୋଲି ଉଲ୍ଲେଖ କରିଛନ୍ତି ଓଡିଶା ରାଜ୍ୟପାଳ ।