Breaking NewsFeaturedରାଜନୀତି

କଂଗ୍ରେସର ନୂଆ କମିଟି ଜାଣନ୍ତୁ ଅଛନ୍ତି କିଏ?

ଚଳିତ ବର୍ଷ ହେବାକୁ ଯାଉଛି ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ୨୦୨୪ରେ ହେବ ଲୋକସଭା ନିର୍ବାଚନ। ଏଥି ପାଇଁ କଂଗ୍ରେସ ନିଜର ନୂଆ ଟିମ୍ ପ୍ରସ୍ତୁତ କରିଛି। ପ୍ରକାଶ ପାଇଛି କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ବା ସିଡବ୍ଲୁସି ତାଲିକା। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ମୋଟ ୩୯ ଜଣ ସଦସ୍ୟ ଏହି ଟିମ୍‌ରେ ସାମିଲ ଅଛନ୍ତି।

ଆସନ୍ତୁ ଜାଣିବା କଂଗ୍ରେସର ନୂଆ ଟିମ୍‌ରେ କେଉଁ ନେତାମାନେ ସାମିଲ୍‌ ହୋଇଛନ୍ତି:

ପୁରୁଣା କମିଟିରୁ ଏହି ନୂତନ କମିଟିରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ତାଲିକା ପ୍ରକାଶ କରିବା ପୂର୍ବରୁ କିଛି ମାସ ଧରି ଅନେକ ବୈଠକ ହୋଇଥିଲା। କଂଗ୍ରେସର ନୂଆ କାର୍ଯ୍ୟକାରୀ କମିଟିରେ ଆନନ୍ଦ ଶର୍ମା ଏବଂ ଶଶି ଥରୁରଙ୍କ ସମେତ ଜି-୨୩ର ଅନେକ ନେତା ସ୍ଥାନ ପାଇଛନ୍ତି। ସିଡବ୍ଲ୍ୟୁସିରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏ.କେ ଆଣ୍ଟୋନୀ, ଅମ୍ବିକା ସୋନୀ, ଅଧିର ରଞ୍ଜନ ଚୌଧୁରୀ, ଦିଗବିଜୟ ସିଂ, ଚରଣଜିତ ସିଂ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ ୩୯ ନେତା ସାମିଲ ଅଛନ୍ତି। ଏହାଛଡ଼ା ୩୨ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ୯ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଏନଏସୟୁଆଇ, ମହିଳା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।

ସଚିନ ପାଇଲଟ, ଶଶି ଥରୁର, ଅଶୋକ ଚୌହାନ, ଦୀପକ ବାୱରିଆଙ୍କ ନାମ କଂଗ୍ରେସର କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଛି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାସ ମୁନ୍ସି ମଧ୍ୟ ସିଡବ୍ଲ୍ୟୁସିରେ ସାମିଲ ହୋଇଛନ୍ତି। ବିଶେଷ ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଏବଂ ଅଳକା ଲାମ୍ବା ଅଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବରୁ ସୋନିଆ ଗାନ୍ଧିଙ୍କ ଦ୍ୱାରା ଗଠିତ କମିଟି ସହିତ କାମ କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com