ଓଡ଼ିଶା

୭ ଦିନ ପାଇଁ ଗ୍ରୀନ ଚିଲି ସିଲ୍

ଭୁବନେଶ୍ୱର:  ଆକ୍ସନ ମୁଡ୍‌ରେ ବିଏମ୍‌ସି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ଚଢ଼ାଉ କରି ୭ଦିନ ପାଇଁ ସିଲ୍‌ କରିଛି ବିଏମ୍‌ସି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ୭ ଦିନ ପାଇଁ ଗ୍ରୀନ ଚିଲି ଦୋକାନ ବନ୍ଦ ରହିବ।

ଆଜି ବିଏମସିର ଏକ ତଦନ୍ତକାରୀ ଟିମ୍‌ ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ତଦନ୍ତକାରୀ ଟିମ୍‌ ଗ୍ରୀନଚିଲି ଦୋକାନକୁ ୭ ଦିନ ପାଇଁ ସିଲ୍‌ କରି ଦେଇଥିଲେ। ଏହା ସହ ବିଏମ୍‌ସି ପକ୍ଷରୁ ମଧ୍ୟ ଫାଇନ କଟାଯାଇଥିଲା।

ଗ୍ରୀନ ଚିଲିରେ ଡଷ୍ଟବିନ ନଥିବାରୁ କାଗଜ ଓ ଅନ୍ୟ ଜିନିଷ ଗୁଡ଼ିକ ବାହାରେ ପଡ଼ୁଥିଲା। ଏଥିଯୋଗୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା। ଏଥିପାଇଁ  ଦୋକାନ ପାଖରେ ଡଷ୍ଟବିନ୍‌ ତିଆରି କରିବା ପାଇଁ  ବିମିଏମସି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଖାଦ୍ୟ ପ୍ରସ୍ତୁତ ବେଳେ ସଫା ସୁତରା ସହକାରେ କରିବାକୁ  ବିଏମସି ପକ୍ଷରୁ କୁହାଯାଇଥିଲା।

Related Articles

Back to top button