Featuredଓଡ଼ିଶା

କଟକରେ ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍

କଟକରୁ ପୁଣି ଜବତ ହୋଇଛି ନକଲି ମେଡିସିନ୍ । ଏ ମାମଲାରେ ଜଣକୁ ଅଟକ ରଖି ପଚରାଉଚରା କରିଛି ପୁରୀଘାଟ ଥାନା ପୋଲିସ । ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।

ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାକୁ ନେଇ ପୁରୀଘାଟ ଥାନା ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏହି ନକଲି ଔଷଧର ଚେର କେତେବାଟ ଯାଏଁ ଲମ୍ବିଛି ସେନେଇ ଚନାଘନା ଚଳାଛି ପୋଲିସ । ପୂର୍ବରୁ ମଧ୍ୟ କଟକରେ ନକଲି ଔଷଧ ଜବତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com