ଜାତୀୟ
ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି
ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ ନୂଆ ନିୟମ ବଳରେ ସାଇବର ଫ୍ରଡ୍ ଓ ଅନଲାଇନ୍ ଠକାମୀ ଉପରେ ଲଗାମ ଲଗାଯାଇପାରିବ ।
ନୂଆ ନିୟମ ଅନୁଯାୟୀ ଯେଉଁ ମୋବାଇଲ୍ ୟୁଜର ନିଜର ସିମ୍ ସ୍ୱାପ ବା ବଦଳ କରିଛନ୍ତି ସେମାନେ ସେମାନଙ୍କ ମୋବାଇଲ୍ ନମ୍ବର ପୋର୍ଟ କରିବାକୁ ସକ୍ଷମ ହେବେ ନାହିଁ । ଏହି ସମୟସୀମା ୭ ଦିନ ପର୍ଯ୍ୟନ୍ତ ରହିବ ।