ଓଡ଼ିଶା
୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି
![](https://i0.wp.com/odia.mobilenews24x7.com/wp-content/uploads/2024/03/download-12.jpeg?resize=225%2C225&ssl=1)
୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ହେବ।
ଏଭଳି ସ୍ଥିତିରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ଲୋକ ସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀକୁ ନେଇ ୩ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।