ଓଡ଼ିଶା

ପରିତ୍ୟକ୍ତ ଘର ଭିତରୁ କଙ୍କାଳ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ

ଚଣ୍ଡିଖୋଲ() ପରିତ୍ୟକ୍ତ ଘର ଭିତରୁ କଙ୍କାଳ ଉଦ୍ଧାର । ଯାଜପୁର ଜିଲ୍ଲା ଜାରକା ତ୍ରିନାଥ ମନ୍ଦିର ପଛପଟ ପରିତ୍ୟକ୍ତ ଘର ଭିତରୁ ମଙ୍ଗଳବାର କଙ୍କାଳ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ଘର ଭିତରେ କିଛି ହାଡ଼, ମୁଣ୍ଡ ଓ ଖପୁରୀ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାଦେଖି ସ୍ଥାନୀୟ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଘର ଭିତରୁ ମୁଣ୍ଡ, ଖପୁରୀ ସହ କିଛି ହାଡ଼, ମୁଣ୍ଡର ଟୁଟି, ଡ୍ରେସ୍ ଜବତ କରିଥିବା ସୂଚନା ମିଳିଛି । ଏହାକୁ ଜବତ କରି ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com