ଓଡ଼ିଶା

ରସିକିଆ ଡାକ୍ତରଙ୍କ ଭଉଣୀ ରଶ୍ମିତା ଗିରଫ: DCP ଉମାଶଙ୍କର

ଭୁବନେଶ୍ୱର() ରସିକିଆ ବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ମାମଲା ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଖବର ହୋଇଛି । ଏହି ମାମଲାରେ ଆସିଛି ବଡ଼ ଖବର । ରସିକିଆ ଡାକ୍ତର ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି । ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ତାଙ୍କ ଭଉଣୀ ଗିରଫ ହୋଇଥିବା ଜଣାପଡ଼ିଛି । ରମେଶଙ୍କ ଭଉଣୀ ଗିରଫ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଡିସିପି ଉମାଶଙ୍କର କହଛନ୍ତି ଯେ, ‘ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସଂଶ୍ଲିଷ୍ଟ ରହିଛନ୍ତି । ଅଭିଯୁକ୍ତଙ୍କ ସହ ତାଙ୍କ ଉଭଣୀଙ୍କ ଭିଡ଼ିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଛି । ରମେଶଙ୍କ ଏକାଧିକ ଠକେଇରେ ତାଙ୍କ ଭଉଣୀଙ୍କ ଭୂମିକା ରହିଛି । ରମେଶଙ୍କ ଭିଣାଇଙ୍କ ନାଁରେ ଅଭିଯୋଗ ରହିଛି, ଯେ କି ଏବେ ଫେରାର ଅଛି । ରମେଶଙ୍କ ଭଉଣୀଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବୁ । କିଛି ପୀଡ଼ିତା ମହିଳା ରମେଶଙ୍କ ଭଉଣୀଙ୍କୁ ଚିହ୍ନଟ କରିଛନ୍ତି । ରମେଶଙ୍କ ରିମାଣ୍ଡ ଆଜି ସରୁଥିବାରୁ ତଦନ୍ତ କରିବାକୁ ଆଉ ୭ ଦିନ ପାଇଁ ଆବେଦନ କରିବୁ ।’

Related Articles

Back to top button
WP Twitter Auto Publish Powered By : XYZScripts.com