ରାଜନୀତି

ବିଧାନସଭାର ଶୀତ ଅଧିବେଶନ

ଆସନ୍ତା ୨୧ ତାରିଖଠାରୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି। ତେବେ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଜଣାପଡିଛି ।

ଅଧିବେଶନରେ ରଣନୀତି ସ୍ଥିର କରିବା ଲାଗି ଆସନ୍ତା ୨୧ ତାରିଖରେ ଶାସକ ବିଜେଡି ନିଜର ବିଧାୟକ ଦଳ ବୈଠକ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

Related Articles

Back to top button