ଓଡ଼ିଶା

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ; ପୁସିଂ କାର୍ଡ ଛପାଇବାକୁ ଯାଇଥିବା

ଢେଙ୍କାନାଳ : ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଏବେ ପ୍ରଚାର ପ୍ରସାର ଆରମ୍ଭ ହୋଇସାରିଛି । ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରାଇବା ଲାଗି ରଣନୀତି ଆପଣାଉଛନ୍ତି । ହେଲେ ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ ।
ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି । ମୋବାଇଲ୍ ଟ୍ରାକିଂ ଓ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି । ଚିନ୍ତା ପୋଖରୀ ନିକଟରୁ ସୁବ୍ରତଙ୍କ ଚପଲ ଓ ବାଇକ୍ ମିଳିଛି । ହେଲେ ସୁବ୍ରତଙ୍କ ପତ୍ତା ମିଳିନି । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଆଲୋଚନା ହେଉଛି ।
ଅଭିଯୋଗ ଅନୁସାରେ, ୧ ତାରିଖ ଦିନ ୨ଟା ୩୦ରେ ପୁସିଂ କାର୍ଡ ଛପାଇବା ଲାଗି ଘରୁ ବାହାରି ଯାଇଥିଲେ ସୁବ୍ରତ । ହେଲେ ଦିନ ୪ଟା ଯାଏ ଘରକୁ ଫେରି ନଥିଲେ । ଘର ଲୋକ ଫୋନ୍ କରିବାରୁ ନମ୍ବର ସ୍ୱିଚ୍ ଅଫ୍ ଥିଲା । ଘର ଲୋକ ସାଙ୍ଗସାଥୀଙ୍କୁ ପଚାରିଲେ, ଖୋଜୋଖୋଜି କଲେ ବି ସୁବ୍ରତଙ୍କୁ ପାଇନଥିଲେ । ଶେଷରେ ପରିବାର ଲୋକ ଥାନାରେ ସୁବ୍ରତଙ୍କୁ ଅପହରଣ କରା ଯାଇଥିବା ନେଇ ଏତଲା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com