ଓଡ଼ିଶା

୨-୩ ଦିନରେ କେରଳ ଛୁଇଁବ ମୌସୁମି

ଭୁବନେଶ୍ବର : ୨ରୁ ୩ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ପହଞ୍ଚିବ।ଏଥିପାଇଁ ଦକ୍ଷିଣ-ପୂର୍ବ ଆରବ ସାଗରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଆଜି ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ ସମେତ ସମ୍ପୂର୍ଣ୍ଣ ମାଳଦ୍ବୀପ ଓ ସଂଲଗ୍ନ ଲାକ୍ଷାଦ୍ବୀପରେ ମୌସୁମି ସକ୍ରିୟ ହୋଇଛି। ଦକ୍ଷିଣ ଆରବ ସାଗରର ତଳ ଭାଗରେ ପଶ୍ଚିମା ପବନ ସକ୍ରିୟ ହେବା ସହ ଶକ୍ତିଶାଳୀ ହେବାରେ ଲାଗିଛି। ଫଳରେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଉପରିସ୍ଥ ବାୟୁମଣ୍ଡଳ ମେଘାଚ୍ଛନ୍ନ ହୋଇଛି। ତେଣୁ ୨ରୁ ୩ ଦିନ ମଧ୍ୟରେ ମୌସୁମି କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ତାତି କମ୍ ରହିଛି। କିନ୍ତୁ ଗୁଳୁଗୁଳି ଉପକୂଳବାସୀଙ୍କ ହନ୍ତସନ୍ତ କରୁଛି। ଆସନ୍ତା ୫ଦିନ ପର‌୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀର କୌଣସି ସମ୍ଭାବନା ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com