Featuredଜାତୀୟରାଜନୀତି

ଅସରଦ ମଦନୀଙ୍କ ବୟାନକୁ ନେଇ ଜମିୟତ ଅଲେମା ମଞ୍ଚରେ ହଟ୍ଟଗୋଳ

ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ଅଲେମା-ଏ-ହିନ୍ଦ୍ ଅଧିବେଶନରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ମୌଲାନା ମହମୁଦ ମଦନୀ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ସମାଲୋଚନା କରି କହିଛନ୍ତି କି ଆଲ୍ଲାହ ଓ ଓମ୍ ଏକ ଅଟନ୍ତି । ଏହାକୁ ନେଇ ଜୈନଗୁରୁ ଲୋକେଶ ମୁନି ଅଭିଯୋଗ କରିଥିଲେ । ଏହାପରେ ଜୈନ ଓ ଅନ୍ୟ ଧର୍ମଗୁରୁମାନେ ମଞ୍ଚ ଛାଡି ତଳକୁ ଚାଲିଯାଇଥିଲେ ।

ଜମିୟତ ଆଲେମା-ଏ-ହିନ୍ଦର ୩୪ତମ ଅଧିବେଶନରେ ମୌଲନା ଅସରଦ ମଦନୀ କହିଛନ୍ତି କି, ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଭୁଲ ଥିଲା । ମଦନୀଙ୍କ ମତରେ ମୁସଲମାନମାନେ ସବୁଠୁ ଆଗରେ ଭାରତରେ ଜନ୍ମଗ୍ରହଣ କରିଥିଲେ ତେଣୁ ସବୁ ମୁସଲମାନ ପ୍ରଥମରୁ ହିନ୍ଦୁ ଥିବା କଥା ମୋହନ ଭାଗବତଙ୍କ ବୟାନ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ କୁହାଯାଇଛି ବୋଲି ମଦନୀ କହିଛନ୍ତି । ଏହାକୁ ନେଇ ଅନ୍ୟ ଧର୍ମଗୁରୁମାନେ ଅଭିଯୋଗ କରିଥିଲେ କି ଦେଶର ଏକତାକୁ ବଜାୟ ରଖିବାକୁ କରାଯାଉଥିବା ଏହି ଅଧିବେଶନରେ ମଦନୀଙ୍କ ଏଭଳି ବୟାନ ଶୋଭନୀୟ ନୁହେଁ । ଏହାସହ ଆରଏସଏସ ସଂସ୍ଥାପକଙ୍କ ବହି ‘ବଞ୍ଚ୍ ଅଫ୍ ଥଟସ’କୁ ନେଇ ମଦନୀ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com