ଅନ୍ତର୍ଜାତୀୟଜାତୀୟ

ପରଲୋକରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଭାଷଣ ଦେଉଥିବା ବେଳେ ହୋଇଥିଲା ଗୁଳିମାଡ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ । ଶୁକ୍ରବାର ସକାଳେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି । ସେ ଏକ ଭାଷଣ ଦେଉଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଏପରିକି ହୃଦୟ ମଧ୍ୟ କାମ କରୁନଥିଲା ।

ସୂଚନାନୁସାରେ, ସିଞ୍ଜୋ ଆବେ ସକାଳେ ନାରା ସହରର ଏକ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ତେବେ ତାଙ୍କୁ ଗୁଳିମାଡ କରିଥିବା ଆତତାୟୀକୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ଭାରତରେ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

 ତେବେ ସିଞ୍ଜୋଙ୍କ ଉପରେ ଗୁଳିମାଡ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିବା ସହ ଭାରତୀୟଙ୍କ ପ୍ରାର୍ଥନା ଆବେଙ୍କ ସହ କହିଥିଲେ । ସେହିପରି ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି ।

ସୂଚନାଯୋଗ୍ୟ, ସିଞ୍ଜୋଙ୍କୁ ଗୁଳିମାଡ କରିଥିବା ବ୍ୟକ୍ତି ୪୧ବର୍ଷର ଜଣେ ଯୁବକ ବୋଲି ଜଣାପଡିଛି । ତାଙ୍କୁ ଅଟକ ରଖି ସୁରକ୍ଷାକର୍ମୀ ପଚରାଉଚୁରା କରୁଛନ୍ତି । କଣ ପାଇଁ ସିଞ୍ଜୋଙ୍କୁ ଗୁଳିମାଡ କରାଯାଇଥିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com