ଅନ୍ୟାନ୍ୟ

ମତାନ୍ତର ନେଲା ମୃତ୍ୟୁର ରୂପ: ସ୍ୱାମୀର ଗୁଳି ମାଡ଼ରେ ଗଲା ପତ୍ନୀଙ୍କ ସମେତ ୨ ଜଣଙ୍କ ଜୀବନ, ଆଉ ଜଣେ ଗୁରୁତର

ନୂଆଦିଲ୍ଲୀ() ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମତାନ୍ତର ନେଲା ମୃତ୍ୟୁର ରୂପ। ଜ୍ୱାଇଁର ଗୁଳି ମାଡ଼ରେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଘଟଣା ଘଟିଛି ଉତ୍ତର ପଶ୍ଚିମ ଦିଲ୍ଲୀର ଶକୁରପୁର ଅଞ୍ଚଳରେ। ରବିବାର ରାତିରେ ହିତେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ, ପତ୍ନୀଙ୍କ୨ଭାଇ ଓ ଭାଉଜଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ ପତ୍ନୀ ଓ ତାଙ୍କ ୨ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଭାଉଜ ଗୁରୁତର । ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଡେପୁଟି ପୋଲିସ୍ କମିଶନର  ଉଷା ରଙ୍ଗନାନି କହିଛନ୍ତି ଯେ, ରବିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ପୋଲିସ୍ ଏହି ଖବର ପାଇଥିଲେ। ଘଟଣା ସ୍ଥଳରେ  ପହଞ୍ଚି, ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ତଦନ୍ତ ବେଳେ ଜଣା ପଡ଼ିଛି ଯେ, କୌଣସି କରାଣରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପଡ଼ୁ ନଥିଲା। ହିତେନ୍ଦ୍ର ସବୁବେଳେ ପତ୍ନୀଙ୍କ ସହ ଝଗଡ଼ା କରୁଥିଲେ।  ଦୁହିଁଙ୍କୁ ବୁଝାଇବାକୁ ହିତେନ୍ଦ୍ରଙ୍କ ଶ୍ୱଶୂର ଘର ଲୋକେ ତାଙ୍କ ଘରକୁ ଆସିଥିଲେ। ହେଲେ ହିତେନ୍ଦ୍ର ଉତ୍ତ୍ୟକ୍ତ ହୋଇ ତାଙ୍କ ପତ୍ନୀ , ପତ୍ନୀଙ୍କ  ଦୁଇ ଭାଇ ଏବଂ ଭାଉଜଙ୍କ ଉପରକୁ ଗୁଳି ଚଳାଇଥିଲେ।

ହତ୍ୟା ମାମଲା ରୁଜୁ ହେବା ପରେ ହିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ଏହି ଅପରାଧରେ ବ୍ୟବହୃତ ବନ୍ଧୁକକୁ ବି ଜବତ କରିଛି ପୋଲିସ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com